ମହଣ ମହଣ ସୁନାରେ ସଜେଇ ହୋଇ ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ

ନବଦିନାତ୍ମକ ରଥଯାତ୍ରା ସାରି ଭାଇ ଭଉଣୀଙ୍କୁ ନେଇ ବାହୁଡ଼ିଛନ୍ତି ମହାବାହୁ । ଆଜି ଦଶମୀ ସହ ସଂକ୍ରାନ୍ତି ଥିବାରୁ ରଥ ଉପରେ ହେବ ନୀତିକାନ୍ତି । ୩ ରଥରେ ସକାଳ ୬ଟାରୁ ମଙ୍ଗଳ ଆଳତି କରାଯାଇ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ଣ ୨ଟାରେ ମଧ୍ଯାହ୍ଣ ଧୂପ ଲାଗି ହୋଇଛି । ରାତି ୯ଟା ୩୦ରେ ବଡ଼ ସିଂହାର ବେଶ ପରେ ବଡ଼ ସିଂହାର ଭୋଗ ଲାଗି ହେବ । ରାତି ୧୧ଟାରେ ପଡ଼ିବ ପହୁଡ଼ । ଆସନ୍ତାକାଲି ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ । ମହଣ ମହଣ ସୁନାରେ ସଜେଇ ହୋଇ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତୀ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।ସୁନାବେଶ ପାଇଁ ରେଳବାଇ ପକ୍ଷରୁ ୪୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ଗୁରୁବାର ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ପାଇଁ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୩୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଶୁକ୍ରବାର ନୀଳାଦ୍ରୀ ବିଜେ ନୀତି । ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ ଜଗତ ଠାକୁର ।

Related Articles

Back to top button