ଅର୍ଡର କରିବାର ୪୮ ଘଣ୍ଟା ଭିତରେ ଗ୍ୟାସ ସିଲିଣ୍ଡର ନପହଞ୍ଚିଲେ ହେବ କାର୍ଯ୍ୟାନୁଷ୍ଠାନ

ଏଣିକି ଅର୍ଡର କରିବାର ମାତ୍ର ୪୮ ଘଣ୍ଟା ବା ୨ ଦିନ ଭିତରେ ଘରେ ଗ୍ୟାସ୍ ସିଲିଣ୍ଡର ପହଞ୍ଚିବ । ଏଥିରେ ଖିଲାପ ହେଲେ, କିମ୍ବା ୨ ଦିନରୁ ଅଧିକ ବିଳମ୍ବ ହେଲେ, କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ପେଟ୍ରେଲ, ଡିଜେଲ ମାନରେ କୌଣସି ସାଲିସ କରାଯିବ ନାହିଁ । ଏ ନେଇ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ଏଣିକି ଗ୍ରାହକଙ୍କୁ ଉଚିତ ଜିନିଷ ଏବଂ ଉତ୍ତମ ସେବା ଯୋଗାଇଦେବା ହିଁ ପ୍ରାଥମିକତା ରହିବ ।

Related Articles

Back to top button