ଗୁରୁବାର ଦିନ ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ

ଜୁଲାଇ ୧୮ ତାରିଖ ଅଥାତ ଗୁରୁବାର ଦିନ ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ । ଏଥିପାଇଁ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ ବୋଲି ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ସୂଚନା ଦେଇଛନ୍ତି । ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ସକାଳ ୯ଟା ୫୧ମିନିଟରୁ ୧୨ଟା ୧୫ମିନିଟ ରହିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ହେଲେ ତାହା ପୂର୍ବରୁ ସକାଳ ୮ଟା ବେଳକୁ ଭକ୍ତମାନେ ମନ୍ଦିର ପ୍ରବେଶ ନେଇ କଟକଣା କରାଯିବ । ସମସ୍ତ ଭକ୍ତମାନେ ସେହି ସମୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଜଷ୍ଟିସ ରଥ ।

Related Articles

Back to top button