ଷ୍ଟେଟ୍ ବ୍ୟାଙ୍କ୍ ଆରମ୍ଭ କଲା ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ୍ ସେବା

ମୁମ୍ବାଇ : ଭାରତର ବହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହି ସେବା ମାଧ୍ୟମରେ ଗ୍ରାହକମାନେ ହ୍ବାଟ୍ସଆପ ମାଧ୍ୟମରେ କେତେକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ସେବା, ଯେପରିକି ବାଲାନ୍ସ ଚେକ୍, ମିନି ଷ୍ଟେଟମେଣ୍ଟ ଆଦି ପାଇପାରିବେ।

ବୁଧବାରଦିନ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଟୁଇଟ କରି ଏହି ସେବା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେବା ଆରମ୍ଭ ହେବା ପରେ ଗ୍ରାହକମାନଙ୍କୁ ବାଲାନ୍ସ ଚେକ୍ କିମ୍ବା ମିନି ଷ୍ଟେଟମେଣ୍ଟ ପାଇଁ ଆପ୍ ଡାଉନଲୋଡ କିମ୍ବା ଏଟିଏମ ଯିବାକୁ ପଡ଼ିବ ନାହିଁ।

ଜୁଲାଇ ୧ରେ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ଦିନେଶ ଖାରା ଏହି ହ୍ବାଟ୍ସଆପ ସେବା ଆରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରିଥିଲେ। କିନ୍ତୁ କେବେ ଏହି ସେବା ଆରମ୍ଭ ହେବ ସେସମ୍ପର୍କରେ ସେ କୌଣସି ସୂଚନା ଦେଇନଥିଲେ।

କିପରି ପାଇବେ ଏସବିଆଇ ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ୍ ସେବା ?

ଏହି ସେବା ପାଇବା ପାଇଁ ପ୍ରଥମେ ଷ୍ଟେଟ ବ୍ୟାଙ୍କ ସହ ପଂଜୀକୃତ ମୋବାଇଲ ନମ୍ବରରୁ WAREG ନିଜର ଆକାଉଣ୍ଟ ନମ୍ବର ଲେଖି 917208933148 କୁ ଏସଏମଏସ କରିବାକୁ ହେବ । ଏହା ମାଧ୍ୟମରେ ହ୍ବାଟ୍ସଆପ ସେବା ପାଇଁ ଆପଣ ବ୍ୟାଙ୍କ ସହ ପଂଜୀକରଣ କରିପାରେବେ ଓ ନିଜର ସମ୍ମତ୍ତି ଦେଇପାରିବେ ।

ଏହା ପରେ ଆପଣ ହ୍ବାଟ୍ସଆପ ମାଧ୍ୟମରେ +919022690226 ନମ୍ବରରେ ‘Hi’ ଲେଖି ଏକ ମେସେଜ ପଠାଇବାକୁ ପଡ଼ିବ । ଏହା ପରେ ଷ୍ଟେଟ ବ୍ୟାଙ୍କରୁ ଆପଣ ଏକ ଜବାବ (ଉତ୍ତର) ପାଇପାରିବେ । ଏହା ସହିତ ଆପଣଙ୍କ ହ୍ବାଟ୍ସଆପ ବ୍ୟାଙ୍କିଙ୍ଗ ସେବା ଆକ୍ଟିଭେଟ ହୋଇଯିବ ।

Related Articles

Back to top button