ଚଣ୍ଡିଗଡ଼ ଏକ୍ସପ୍ରେସରେ ୧୦ରୁ ଅଧିକ ବଗି ଲାଇନଚ୍ୟୁତ:ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ।

ୟୁପି ଗୋଣ୍ଡା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ଏହି ସଂଖ୍ୟା ଅଧିକ ବଢିବାର ସମ୍ଭାବନା ରହିଛି । ସେହିପରି ୨୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କର ଚିକିତ୍ସା ଚାଲିଛି । ଚଣ୍ଡିଗଡ଼ରୁ ଆସାମର ଡିବ୍ରୁଗଡ଼ ଯାଉଥିବା ଚଣ୍ଡିଗଡ଼ ଏକ୍ସପ୍ରେସରେ ୧୦ରୁ ଅଧିକ ବଗି ରେଳ ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିପରି ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆହତଙ୍କୁ ତୁରନ୍ତ ଚିକିତ୍ସା ଦେବାକୁ ଯୋଗୀ ଆଦିତ୍ୟନାଥ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଗୋଣ୍ଡା ଜିଲ୍ଲା ପ୍ରଶାସନ ଓ ଗୋରଖପୁର ରେଳ ଅଧିକାରୀ ଉପସ୍ଥିତ ଅଛନ୍ତି। ଆହତ ମାନଙ୍କ ପାଇଁ ହେଲପ ଲାଇନ୍ ନମ୍ୱର ଜାରି ହୋଇଛି । ଦୁଇଟି ଟ୍ରେନ ବାତିଲ ହୋଇଛି । ଏହି ରୁଟରେ ଆସୁଥିବା ୧୧ଟି ଟ୍ରେନର ଗତିପଥ ବଦଳିଛି ।

Related Articles

Back to top button