ନବଦିନାତ୍ମକ ଯାତ୍ରା ସାରି ବଡ଼ ଦେଉଳକୁ ଫେରିଲେ ବଡ଼ଠାକୁର ।

ନବଦିନାତ୍ମକ ଯାତ୍ରା ସାରି ବଡ଼ ଦେଉଳକୁ ଫେରିଲେ ବଡ଼ଠାକୁର । ଗୋଟି ପହଣ୍ଡିରେ ରଥରୁ ରତ୍ନବେଦୀକୁ ତିନି ଠାକୁରଙ୍କୁ ନିଆଯାଉଛି। ସନ୍ଧ୍ୟା ଧୂପ ପରେ ଚାଳରମାଳ ବନ୍ଧାଯାଇ ଆରମ୍ଭ ହୋଇଛି ପହଣ୍ଡି। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଚାଲିଛି ସବୁ କାମ। ଶୃଙ୍ଖଳିତ ଭାବେ ନୀଳାଦ୍ରିବିଜେ କରାଇବାକୁ ସଜାଗ ରହିଛନ୍ତି ଦଇତାପତି ଓ ଶ୍ରୀମନ୍ଦିରର ପ୍ରଶାସନ। ପ୍ରଥମେ ସୁଦର୍ଶନ, ପରେ ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯିବ। ଶେଷରେ ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଜଗତର ନାଥ ଜଗନ୍ନାଥ। ହେଲେ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କ ବାଟ ଓଗାଳିବେ ମାତା ଲକ୍ଷ୍ମୀ। ରଥଯାତ୍ରାରେ ମାଆଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଅଭିମାନରେ କାଳିଆ ସାଆନ୍ତେଙ୍କୁ ମନ୍ଦିରରେ ପୁରାଇ ଦେବେନାହିଁ। ତେବେ ଏହି ସମୟରେ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ଶ୍ରୀଜଗନ୍ନାଥ। ଘୋଷଯାତ୍ରାର ଏହି ଅନ୍ତିମ ପର୍ବ ଦେଖିବାକୁ ପୁରୀ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

Related Articles

Back to top button