ପାଣି ଚାଲୁଥିବା ବ୍ରିଜ ନିକଟରେ ତଦାରଖ କରିବେ ସ୍ଥାନୀୟ ପୋଲିସ

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରଭାବରେ ଅସ୍ତବ୍ୟସ୍ତ ଜନଜୀବନ । ବର୍ଷା ଜଳରେ ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ଏହାସହ ବିଭିନ୍ନ ସ୍ଥାନରେ ୪-୫ ଫୁଟ ଉଚ୍ଚର ପାଣି ମଧ୍ୟ ଚାଲୁଛି । ଯାହା ଫଳରେ ଲୋକମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରି ପରିସ୍ଥିତରେ ଜଳମଗ୍ନ ରାସ୍ତା ଓ ପୋଲ ଉପରେ ଗାଡି ଚଳାଚଳକୁ ସଂମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଏସଆରସି ସୂଚନା ଦେଇଛନ୍ତି ।

ଏହାସହ ପାଣି ଚାଲୁଥିବା ବ୍ରିଜ ନିକଟରେ ସ୍ଥାନୀୟ ପୋଲିସ ଓ ଅଫିସର ନିଯୁକ୍ତ ହେବା ସହ ପାଣି ନଛାଡିଲା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ରହି ତଦାରଖ କରିବେ । ଏନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହିତ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବା ନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button