ଆସନ୍ତାକାଲିଠୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ :ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ସପ୍ତଦଶ ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ସମ୍ପୂର୍ଣ୍ଣ ଅଞ୍ଚଳ ସିସିଟିଭି ନଜରରେ ରହିବ । ପ୍ରବେଶ ଓ ପ୍ରସ୍ଥାନ ପଥରେ ସଶସ୍ତ୍ରବାହିନୀ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ଆସନ୍ତାକାଲିଠୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ କେମିତି ସୁରୁଖୁରରେ ଚାଲିବ ସେ ନେଇ ଆଲୋଚନା ହୋଇଛି । ଆସନ୍ତାକାଲିଠୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି ।

Related Articles

Back to top button