ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ହେବନାହିଁ ନାମ ପରିବର୍ତ୍ତନ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି । ଏ ନେଇ ସୁଚନା ଦେଇଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ପରି ବିଜୁ ପଟ୍ଟନାୟକଙ୍କ ନାମରେ କ୍ରୀଡ଼ା ପୁରସ୍କାର ଦିଆଯିବ ।ଏହି କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ରାଜ୍ୟ କ୍ରୀଡ଼ା ପୁରସ୍କାର କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଭଳି ଆଲୋଚନା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ । ବିଜେପି ସରକାର ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି ।ଏଥିରେ କୌଣସି ଦ୍ବିମତ ନାହିଁ। ପୂର୍ବପରି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଜାରି ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।

Related Articles

Back to top button