ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ପୁଣି ୩ ଜଣ ଗିରଫ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଟ୍‌-ୟୁଜି ପ୍ରଶ୍ନପତ୍ର ବିଭ୍ରାଟ ମାମଲାର ମାଷ୍ଟରମାଇଣ୍ଡ ଓ ୨ ଜଣ ଏମ୍‌ବିବିଏସ୍‌ ଛାତ୍ରଙ୍କୁ ଗିରଫ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏମ୍‌ବିବିଏସ୍‌ର ୨ ଜଣ ଛାତ୍ର ଏହି ଘଟଣା ସହିତ ଜଡ଼ିତ ଥିଲେ। ଅଭିଯୁକ୍ତ ୨ ଛାତ୍ର ହେଲେ ମଙ୍ଗଲମ ବିଶ୍ନୋୟୀ ଓ ଦୀପେନ୍ଦ୍ର କୁମାର ଶର୍ମା। ଉଭୟ ଭରତପୁର ମେଡିକାଲ କଜେଲର ଛାତ୍ର।  ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ନିଟି-ୟୁଜି ପରୀକ୍ଷା ଦିନ ହଜାରୀବାଗରେ ଦ୍ବିତୀୟ ବର୍ଷର ଏମବିବିଏସ୍‌ ଛାତ୍ର ମଙ୍ଗଳମ ଓ ପ୍ରଥମ ବର୍ଷ ଏମବିବିଏସ୍‌ ଛାତ୍ର ଦୀପେନ୍ଦ୍ର ଉପସ୍ଥିତ ଥିଲେ। ଏହି ଦୁଇ ଜଣ ପଙ୍କଜ କୁମାର ନାମକ ଜଣେ ଇଞ୍ଜିନିୟରଙ୍କ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍‌ କରିଥିଲେ। ପଙ୍କଜ କୁମାର ପୂର୍ବରୁ ଗିରଫ ହୋଇସାରିଛନ୍ତି।

ଝାଡ଼ଖଣ୍ଡର ଜାମଶେଦପୁରସ୍ଥିତ ନ୍ୟାସନାଲ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ୨୧୦୭ ବ୍ୟାଚ୍‌ର ସିଭିଲ ଇଂଜିନିୟର ପଙ୍କଜ କୁମାର ଓରଫ ଆଦିତ୍ୟ କଥିତ ଭାବେ ହଜାରୀବାଗରେ ଏନ୍‌ଟିଏ ଟ୍ରଙ୍କରୁ ନିଟ-ୟୁଜି ପ୍ରଶ୍ନପତ୍ର ଚୋରି କରିଥିଲେ। ଏନ୍‌ଆଇଟିରୁ ବିଟେକ୍‌ ଉତ୍ତୀର୍ଣ୍ଣ ଶଶିକାନ୍ତ ପାସୱାନ ଓରଫ ପାସୁ ଏହି ଖେଳରେ ରକିଙ୍କ ସହିତ ମିଶି କାମ କରିଥିଲେ, ଯାହାଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଜୁଲାଇ ୧୯ରେ ସିବିସିଆଇ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନସେଜ୍‌ର ଏମବିବିଏସ୍‌ ପ୍ରଥମ ବର୍ଷ ଛାତ୍ରୀ ସୁରଭି କୁମାରୀଙ୍କୁ ମଧ୍ୟ ଗିରଫ କରିଛି।

Related Articles

Back to top button