ଶ୍ରାବଣ ମାସର ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ।

ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଭିନ୍ନ ଶୈବପୀଠକୁ ଲମ୍ବିଛି ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆଙ୍କ ଲମ୍ବାଧାଡ଼ି । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢ଼ାଳିଲେ ମିଳିଥାଏ କୋଟି ପୂଣ୍ୟ ।ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ,ପୁରୀର ଲୋକନାଥ ପୀଠ ,କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡ଼ିମାନେ ଜଳଲାଗି କରୁଛନ୍ତି । ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି ।

Related Articles

Back to top button