ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

ସ୍କୁଲରେ ମିଳିଥିବା ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଠରବାଙ୍କି ତଳଗଡ ୟୁପି ସ୍କୁଲରେ ୧୧୫ ଜଣ ଛାତ୍ରଛାତ୍ରୀଙ୍କୁ ବଟିକା ଦିଆଯାଇଥିଲା । ତେବେ ବଟିକା ଖାଇବା ପରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପିଲାଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା । କିଛି ଛାତ୍ରଛାତ୍ରୀ ପେଟ ବ୍ୟଥା ହେବା କହିଥିଲେ । ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ଏକ୍ସପାଏରୀ ଆଇରନ୍ ବଟିକା ଦିଆଯାଇଥିବା ଅଭିଯୋଗ ଆଣି ଅଭିଭାବକମାନେ ସ୍କୁଲ ନିକଟରେ ହୋହଲ୍ଲା କରିଥିଲେ ।

Related Articles

Back to top button