୨୫ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେଧୀରେ ଦୁର୍ବଳ ହେଉଥିବା ବେଳେ ଏବେ ଏହା ସଦୃଶ ଲଘୁଚାପ ଅବସ୍ଥାରେ ରହିଛି। ଏହି ଲଘୁଚାପଟି ଓଡ଼ିଶାଠାରୁ ଦୂରକୁ ଯାଉଥିବାରୁ ଉପକୂଳରେ ବର୍ଷା କମିବାରେ ଲାଗିଛି। ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ଏହି ଲଘୁଚାପର ପ୍ରଭାବ ଅଧିକ ରହିବାକୁ ହେତୁ ସେଠାରେ ବର୍ଷାର ପ୍ରକୋପ ଅଧିକ ରହିଛି।ସେପଟେ ଗୋଟିଏ ଲଘୁଚାପ ଯାଉଯାଉ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯେ ଆସନ୍ତା ୨୫ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହି ଲଘୁଚାପ ଯୋଗୁଁ ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ଅଧିକ ହୋଇପାରେ। ଏଥିପାଇଁ ୨୫ ତାରିଖରୁୁ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ଜନିତ ଆଲର୍ଟ ଜାରି କରାଯାଇଛି।

Related Articles

Back to top button