ମୈାସୁମୀ ବାୟୁ ପ୍ରଭାବରେ ଆହୁରି ୪ ଦିନ ଲାଗି ରହିବା ବର୍ଷା

ମୈାସୁମୀ ବାୟୁ ପ୍ରଭାବରେ ଆହୁରି ୪ ଦିନ ବର୍ଷା ଲାଗି ରହିବା ନେଇ ଆକଳନ ହୋଇଛି। ତେବେ ଆଗାମୀ ଦୁଇ ଦିନ ଭିତରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।ଏହା ଭିତରେ ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା । ୧୬ ଜିଲ୍ଲାରେ ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି। ବାଲେଶ୍ୱରରେ ସର୍ବାଧିକ ୫୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୪୮ ପ୍ରତିଶତ, ସୁନ୍ଦରଗଡ଼ରେ ୪୬ ପ୍ରତିଶତ, ଝାରସୁଗୁଡ଼ାରେ ୪୨ ପ୍ରତିଶତ, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୪୧ ପ୍ରତିଶତ, କେନ୍ଦୁଝର, ଯାଜପୁର ଓ ପୁରୀରେ ୩୮ ପ୍ରତିଶତ ଏବଂ ସମ୍ବଲପୁରରେ ୩୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ପୂରା ରାଜ୍ୟରେ ମୋଟ ୧୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି।

Related Articles

Back to top button