ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ଶେଷ କରିଛନ୍ତି । ହେଲେ ରାୟ ପ୍ରକାଶ ନକରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ସିଜେଆଇଙ୍କ ବେଞ୍ଚ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ।ଜୁନ ୪ ତାରିଖରେ ନିଟ୍ ରେଜଲ୍ଟ ଆସିବା ପରେ ପେପର ଲିକକୁ ନେଇ ଛାତ୍ରଛାତ୍ରୀଙ୍କ ଆକ୍ରୋଶ ସାମ୍ନାକୁ ଆସିଥିଲା । ପ୍ରଥମେ ବିହାରରେ ପେପର ଲିକ୍ ହୋଇଥିବା ସୂଚନା ମିଳିଥିଲା । ଫଳାଫଳକୁ ନେଇ ମଧ୍ୟ ସନ୍ଦେହ କରାଯାଇଥିଲା । କାରଣ ଏହି ପରୀକ୍ଷାଫଳ ମୁତାବକ ୬୭ ଜଣ ଟପ୍ପର ହୋଇଥିଲେ ଓ ଅନେକ ପରୀକ୍ଷା କେନ୍ଦ୍ରରେ ଏକାଧିକ ଟପ୍ପର ଥିବା ଜଣାପଡିଥିଲା । ଏହି ପରୀକ୍ଷା କେନ୍ଦ୍ରଗୁଡିକୁ ନେଇ ସନ୍ଦେହ ଦେଖାଦେଇଥିଲା । ଏନଟିଏ ତରଫରୁ ଗ୍ରେସ ମାର୍କ ଭଳି ପଏଣ୍ଟ ଉତ୍ତର କାହାରି ହଜମ ହୋଇନଥିଲା । ଏହାପରେ ଏନଟିଏ ବିରୋଧରେ ସାରା ଦେଶରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ । ଏହାକୁ ନେଇ କିଛି ପରୀକ୍ଷାର୍ଥୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related Articles

Back to top button