ଖାଦ୍ୟ ପାଇଁ ନିଜ ଇଜ୍ଜତ ବିକୁଛନ୍ତି ମହିଳା

ସୁଦାନରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। କ୍ଷମତା କେନ୍ଦ୍ରକୁ ନେଇ ଏଠାକାର ସେନାରଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଗୃହଯୁଦ୍ଧରେ ପରିଣତ ହେବା ପରେ ସାଧାରଣ ଲୋକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି।ସୁଦାନରେ ମହିଳାମାନେ ଭୋଗିଛନ୍ତି ଅକଥନୀୟ ଯନ୍ତ୍ରଣା। ଖାଦ୍ୟ ପାଇଁ ସେମାନଙ୍କୁ ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କରାଯାଉଥିଲା ବାଧ୍ୟ ।ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ସୁଦାନ ସହର ଓମଡୁରମାନରୁ ପଳାୟନ କରିଥିବା ମହିଳାମାନଙ୍କ ପାଇଁ ଜୀବନ ବଞ୍ଚାଇବାର ଏକମାତ୍ର ବିକଳ୍ପ ଥିଲା ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା। ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ହିଁ ସେମାନଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦିଆଯାଉଥିଲା, ଯାହାକୁ ସେମାନେ ବିକ୍ରି କରି ଚଳାଉଥିଲେପରିବାର ।

Related Articles

Back to top button