ଆଳୁ ଦର ୩୨ ଟଙ୍କାରୁ ଅଧିକ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଆଳୁ ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ । ନିତିଦିନିଆ ଖାଇବା ଦର ଆକାଶଛୁଆଁ ହୋଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଲୋକେ । ଏମିତି ସ୍ଥିତିରେ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଉଠାଇଛନ୍ତି ବଡ଼ ପଦକ୍ଷେପ । ଆଳୁ କେଜି ୩୨ ଟଙ୍କାରୁ ଅଧିକ ଟଙ୍କାରେ କୌଣସି ଦୋକାନୀ ବିକ୍ରି କରିପାରିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୩୨ ଟଙ୍କାରୁ ଅଧିକ ଟଙ୍କାରେ ଯିଏ ବି ଆଳୁ ବିକ୍ରି କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ସେ କହିଛନ୍ତି, ଆମେ ଅନୁଧ୍ଯାନ କରିଛୁ ମାର୍କେଟରେ ଆଳୁ ରେଟ୍ କମ୍ ଅଛି । ଆଜି ଗୋଦାମ ପରିଦର୍ଶନ କରିଥିଲି । ସେଠାରେ ରେଟ୍ ୨୭ ଟଙ୍କା ଅଛି । ତେଣୁ ରିଟେଲରେ ୩୨ ଟଙ୍କା ରହିବା କଥା । ଏହାଠାରୁ କେହି ଅଧିକ ରେଟରେ ଆଳୁ ନ ବିକିବାକୁ ବ୍ଯବସାୟୀଙ୍କୁ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ ।

ଆଳୁର ଅଭାବକୁ ନେଇ ମନ୍ତ୍ରୀ ଏକ ଜରୁରୀକାଳୀନ ବୈଠକ ବି ଡାକିଛନ୍ତି । ସେ କହିଛନ୍ତି, ଓଡି଼ଶାକୁ ଆଳୁ ରପ୍ତାନୀ ବନ୍ଦ କରି ପଶ୍ଚିମବଙ୍ଗ ସରକାର ଦୁର୍ଭାଗ୍ଯପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯଦି ସମାଧାନ ନ ହୁଏ, ତେବେ ଉତ୍ତର ପ୍ରଦେଶ ସରକାର ସହିତ ଆମେ ଆଲୋଚନା କରିବୁ । ପଶ୍ଚିମବଙ୍ଗ ଆଳୁ ନ ଦେଲେ ଉତ୍ତର ପ୍ରଦେଶରୁ ଆଳୁ ଅଣାଯିବ ।

Related Articles

Back to top button