ସରକାରଙ୍କ ନିର୍ଦ୍ଦେଶରେ ଜମ୍ମୁ କାଶ୍ମୀର ଯିବେ ଓଡ଼ିଶାର ବିଏସଏଫ୍ ଯବାନ

ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜମ୍ମୁ-କଶ୍ମୀର ସ୍ଥାନାନ୍ତରିତ ହେବେ ବିଏଏସଏଫ୍ ଯବାନ। ଏହି ଅଞ୍ଚଳରେ ମୁତୟନ ପ୍ରାୟ ୨୦୦୦ ବିଏସଏଫ୍ ଯବାନଙ୍କୁ ଜମ୍ମୁ କାଶ୍ମୀର ଅଞ୍ଚଳରେ ମୁତୟନ କରାଯିବ। ଭାରତ ପାକ୍‌ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ସେନା ବାହିନୀ ନିଷ୍ପତ୍ତି ନେଇଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଅନୁପ୍ରବେଶ ଏବଂ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ଆଖିଆଗରେ ରଖି ସମ୍ଭବତଃ ଏଭଳି ରଣନୀତି ଗ୍ରହଣ କରାଯାଇଛି। ପ୍ରାରମ୍ଭିକ ଭାବେ ଜମ୍ମୁରେ ରିଆସି, କାଠୁଆ, କିଷ୍ଟୱାର ଅଞ୍ଚଳରେ ଅତିରିକ୍ତ ଯବାନ ମୁତୟନ ହେବେ।

ସୀମାରେ ଏବେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାରୁ ଏବଂ ସେଠାରେ ଲଗାତାର ଯବାନ ସହିଦ ହେବା ଘଟଣାକୁ ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଭାରତ ସରକାର। ଏହାସହ ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି କଡା ପଦକ୍ଷେପ। ଓଡ଼ିଶାରୁ ସେଠାକୁ ଦୁଇଟି ବାଟାଲିଅନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।ଶନିବାର ଦିନ ଜମ୍ମୁର କୁପୱରା ଜିଲ୍ଲା ଅନ୍ତର୍ଗତ ସୀମାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ବର୍ଡର ଆକ୍ସନ ଟିମ୍ ଆକ୍ରମଣ ଫଳରେ ଜଣେ ଭାରତୀୟ ଯବାନ ସହୀଦ ହୋଇଥିବାବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିଭଳି ଭାରତୀୟ ଯବାନମାନେ ଜଣେ ଆତଙ୍କବାଦିକୁ ଗୁଳି କରି ମାରିଛନ୍ତି ।

Related Articles

Back to top button