ମଞ୍ଚାବେଡ଼ାରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ।

ଦେଶର ପ୍ରଥମ କଳା ବାଘ ସଫାରୀ ପାଇଁ ସିଜେଡଏର ସବୁଜ ସଂକେତ। ସଫାରୀର ଡିଜାଇନକୁ ମିଳିଲା ଅନୁମୋଦନ।ସପ୍ତାହେ ମଧ୍ୟରେ ଏହାକୁ ଚୂଡାନ୍ତ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ୨୦୨୪ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହି ସଫାରୀ ଖୋଲିବ। ୧୦୦ ହେକ୍ଟର ପରିବ୍ୟାପ୍ତ ଅଂଚଳରେ ହେବ ନୂଆ ସଫାରୀ।

ସଫାରୀରେ ଚିଡିଆଖାନା ସହ ରହିବ ବାଘଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ। ନନ୍ଦନକାନନରୁ ସଫାରୀକୁ ନିଆଯିବ କଳା ବାଘ। ବାରିପଦା ନିକଟସ୍ଥ ମଞ୍ଚାବେଡ଼ାରେ ହେବ ଟାଇଗର ସଫାରୀ। ଗତ ଜାନୁଆରୀ ମାସରେ ମିଳିଥିଲା ସଫାରୀ ପ୍ରତିଷ୍ଠା ନେଇ NTCAର ଅନୁମୋଦନ ମିଳିଥିଲା।

Related Articles

Back to top button