ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ବାହିନୀପତି

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି ରହିଛି । ଆଜି ବିଧାନସଭା ଅଧିବେଶନ ଷଷ୍ଠ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ । ଆଜି ବିଧାନସଭା ଶୂନ୍ୟକାଳରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଥିଲେ । ହେଲେ ଏହାକୁ ଗୃହରେ ପ୍ରକାଶ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ଘୋଷଣା କରିଥିଲେ । ଯାହାକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି ।ଆଉ ଆଜି ମଧ୍ୟ ତାରା ବାହିନୀପତି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଥିବା ସୂଚନା ମିଳିଛି । ପ୍ରଥମେ ପୋଡ଼ିୟମ ଉପରକୁ ଚଢ଼ିଥିଲେ ଆଉ ଏବେ ବହି ଫିଙ୍ଗିଥିବା ଜଣାପଡିଛି । ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇ ହଙ୍ଗାମା କରିଛନ୍ତି ।

Related Articles

Back to top button