ରାଜ୍ଯରେ ଅଣାୟତ୍ତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ବର୍ତ୍ତମାନସୁଦ୍ଧା ୧୦୦୦ ପାର

ରାଜ୍ଯରେ ଅଣାୟତ୍ତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ରାଜ୍ୟରେ ବର୍ତ୍ତମାନସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୦୦ ପାର କରିଛି। ପୂର୍ବ ବର୍ଷ ଏହି ସମୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୦୦ ଥିଲା । ଏହି ବର୍ଷ ଏହା ବଢ଼ି ୧୦୭୬ ରେ ପହଞ୍ଚିଛି।ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ ଓ ୨୧୦ ସୁନ୍ଦରଗଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୯ ଜଣକ ମଧ୍ୟରୁ ୧୯ ଜଣ ପାଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ ଲଗାଣ ବର୍ଷାରେ ଜଳବାହିତ ରୋଗ ପାଇଁ ସଜାଗ ରହିଛି ସ୍ଵାସ୍ଥ୍ୟ ବିଭାଗ। ପିଏଚସି, ସିଏଚସିରେ ବେଡ ଠାରୁ ଆରମ୍ଭ କରି ସମସ୍ତ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ଵାସ୍ଥ୍ୟ ବିଭାଗ।

Related Articles

Back to top button