ଆକ୍ସନମୋଡକୁ ଆସିଛି ଦିଲ୍ଲୀ ନଗର ନିଗମ : ପାଖାପାଖି ୧୩ଟି କୋଚିଂ ସେଣ୍ଟର ସିଲ୍

ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନମୋଡକୁ ଆସିଛି ଦିଲ୍ଲୀ ନଗର ନିଗମ । କୋଚିଂ ସେଣ୍ଟରଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି କ୍ରମରେ ନେହେରୁ ବିହାରରେ ଥିବା ଦୃଷ୍ଟି କୋଚିଂ ସେଣ୍ଟକୁ ସୋମବାର ଦିନ ସିଲ୍ କରାଯାଇଛି । ସିିଭିଲ ସେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କର ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ବେଶ୍ ପ୍ରିୟ ଥିଲା । ଏହାକୁ ପୂର୍ବତନ ଆଇଏଏସ ବିକାଶ ଦିବ୍ୟକିର୍ତ୍ତୀ ଚଳାଉଥିଲେ ।ଏହାପୂର୍ବରୁ ରବିବାର ରାତିରେ କାର୍ଯ୍ୟାନୁଷ୍ଠାନ କ୍ରମରେ ପାଖାପାଖି ୧୩ଟି କୋଚିଂ ସେଣ୍ଟର ସିଲ୍ କରାଯାଇଥିଲା । ଦିଲ୍ଲୀ ମହାନଗର ନିଗମ ଅଧିକାରୀଙ୍କ ବୟାନ ମୁତାବକ ଏହି କୋଚିଂ ସେଣ୍ଟରଗୁଡିକ ନିୟମ ଉଲଙ୍ଘନ କରି ବେସମେଣ୍ଟରେ ସଂଚାଳିତ ହେଉଥିଲା । ଗତବର୍ଷ ମଧ୍ୟ ମୁଖାର୍ଜୀ ନଗରରେ ଥିବା ଏକ କୋଚିଂ ସେଣ୍ଟରରେ ଭୀଷଣ ନିଆଁ ଲାଗିବା ଫଳରେ କୋଚିଂ ସେଣ୍ଟରଗୁଡିକୁ ସର୍ବେକ୍ଷଣ କରାଯାଇ ନୋଟିସ ଜାରି କରାଯାଇଥିଲା ।

Related Articles

Back to top button