ଆଜି ସୁପ୍ରିମକୋର୍ଟ ଅନୁସୂଚୀତ ଜାତି ଓ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ମୋହର ଲଗାଇଛନ୍ତି
ଆଜି ସୁପ୍ରିମକୋର୍ଟ ଅନୁସୂଚୀତ ଜାତି ଓ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ମୋହର ଲଗାଇଛନ୍ତି । ଅର୍ଥାତ ସରକାରୀ ଚାକିରିରେ ଏସସି/ଏସଟି କୋଟାର ଉପ ବର୍ଗୀକରଣ କରିପାରିବେ ରାଜ୍ୟ ସରକାର । ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣ ବିଚାରପତିଙ୍କ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୨୦୦୪ରେ ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ମାମଲାରେ ତତ୍କାଳୀନ ଖଣ୍ଡପୀଠ ଦେଇଥିବା ନିଷ୍ପତ୍ତି ପରିବର୍ତ୍ତନ କରି ଅଦାଲତ ଏହି ନୂଆ ରାୟ ଦେଇଛନ୍ତି ।
ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ମାମଲାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି । ଏସସି/ଏସଟିଙ୍କ ମଧ୍ୟରେ ଉପବର୍ଗୀକରଣ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଏସସି / ଏସଟି ବର୍ଗରେ ଅଧିକ ପଛୁଆ ଲୋକଙ୍କ ପାଇଁ ପୃଥକ କୋଟା ଦିଆଯାଇପାରିବ ବୋଲି ୬-୧ ବହୁମତ ଆଧାରରେ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ମନୋଜ ସିହ୍ନା, ବିଚାରପତି ବେଲା ଏମ୍ ତ୍ରିବେଦୀ, ବିଚାରପତି ବି ଆର୍ ଗଭାଇ, ବିଚାରପତି ବିକ୍ରମ ନାଥ, ବିଚାରପତି ପଙ୍କଜ ମିତ୍ତଲ ଓ ବିଚାରପତି ଏସ୍ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଚାକିରିରେ ସଂରକ୍ଷଣ ଲାଗି ଅନୁସୂଚିତ ଜାତି ଏବଂ ଜନଜାତି (ଏସଟି)ର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର । ଅଧିକ ନିଶ୍ପେଷିତ ଏବଂ ଅବହେଳିତ ଅବସ୍ଥାରେ ଥିବା ଅନୂସୂଚିତ ଜାତି ଓ ଜନଜାତିମାନଙ୍କ ଲାଗି ଅଧିକ ସଂରକ୍ଷଣ ସୁବିଧା ଦିଆଯାଇପାରିବ । ଜଷ୍ଟିସ୍ ବି ଆର୍ ଗଭାଇ କହିଛନ୍ତି ଯେ ଇଭି ଚିନ୍ନାୟା ରାୟ ମାମଲାରେ କିଛି ତ୍ରୁଟି ରହିଛି । ପ୍ରଥମେ ଧାରା ୩୪୧କୁ ବୁଝିବାର ଆବଶ୍ୟକତା ଅଛି । ଯାହା ସିଟ୍ ଉପରେ ସଂରକ୍ଷଣ ବିଷୟରେ କହିଥାଏ । ସେ କହିଛନ୍ତି ଯେ ଧାରା ୩୪୧ ଏବଂ ୩୪୨ ସଂରକ୍ଷଣ ପ୍ରସଙ୍ଗ ସହିତ ଜଡିତ ନୁହେଁ । କୋଟା ଭିତରେ କୋଟା ସମାନତା ବିରୋଧୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଖଣ୍ଡପୀଠ ଏହି ମାମଲା ଉପରେ ୩ ଦିନ ଧରି ଶୁଣାଣି କରିବା ପରେ ଗତ ଫେବୃୟାରୀ ୮ ତାରିଖରେ ରାୟକୁ ସଂରକ୍ଷିତ ରଖିଥିଲେ । ପଞ୍ଜାବର ଭାଲମିକି ଏବଂ ଧାର୍ମିକ ଶିଖ ଜାତିସଂଘକୁ ଅନୁସୂଚିତ ଜାତି ସଂରକ୍ଷଣର ଅଧା ଅଂଶ ପ୍ରଦାନ କରିବାର ଆଇନ 2010 ମସିହାରେ ହାଇକୋର୍ଟଙ୍କ ଦ୍ୱାରା ରଦ୍ଦ କରାଯାଇଥିଲା। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଗୁରୁବାର ଦିନ ଏହି ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱାସ କରାଯାଏ ଯେ ଏସସି / ଏସଟି ବର୍ଗରେ ଅନେକ ଜାତି ଅଛନ୍ତି ଯାହା ବହୁତ ପଛୁଆ | ଏହି ଜାତିର ସଶକ୍ତିକରଣ ପାଇଁ ଅତ୍ୟଧିକ ଆବଶ୍ୟକତା ଅଛି |