ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାରି ରହିବ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଏବେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY କାର୍ଡ ଚାଲିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ବଜେଟରେ ଘୋଷଣା ହୋଇଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାଲାଗୁ ହୋଇନାହିଁ ସେ ପର୍ଯ୍ୟନ୍ତ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ BSKY ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି । ଗୋପବନ୍ଧୁ ଜନ ଆରୋଗ୍ୟରେ ହିତାଧିକାରୀମାନଙ୍କୁ ନୂଆ କାର୍ଡ ଦିଆଯିବ । BSKY କାର୍ଡରେ ହିତାଧିକାରୀମାନେ ଯେମିତି ସୁବିଧା ପାଉଥିଲେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ସେମାନଙ୍କୁ ସେମିତି ସୁବିଧା ଯୋଗାଇ ଦିଆଯିବ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ ।

Related Articles

Back to top button