ଦିଲ୍ଲୀ କୋଚିଂ ସେଣ୍ଟର ଘଟଣାରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀର ମୁଖ୍ୟ ସଚିବଙ୍କ ଉପରେ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ

ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ତିନିଜଣ ଆଇଏଏସ ଆଶାୟୀଙ୍କ ମୃତ୍ୟୁ ପରେ ସୋମବାର ଦିନ ସୁପ୍ରିମକୋର୍ଟ ଏହାକୁ ଏକ ‘ଆଖି ଖୋଲିବା’ ପରି ଘଟଣା ବୋଲି କହିଛନ୍ତି।ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରିବା ସହ କୋଚିଂ ସେଣ୍ଟରଗୁଡିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଚିଂ ସେଣ୍ଟର ସଂସ୍ଥାଗୁଡ଼ିକ ପିଲାମାନଙ୍କ ଜୀବନ ସହ ଖେଳୁଛନ୍ତି। କୋଚିଂ ସେଣ୍ଟରଗୁଡିକ ଡେଥ୍ ଚ୍ୟାମ୍ବରରେ ପରିଣତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍।

କୋଚିଂ ସେଣ୍ଟରରେ ସୁରକ୍ଷା ନିୟମ ଲାଗୁ ହୋଇଛି କି ନାହିଁ ବୋଲି କେନ୍ଦ୍ର ସରକାର ଏବଂ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରି ପଚାରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କୋର୍ଟଙ୍କୁ ସହାୟତା କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି ଯେ, ଯଦି କୋଚିଂ ସେଣ୍ଟରଗୁଡିକ ସୁରକ୍ଷା ନିୟମ ପୂରଣ କରି ପାରୁନାହାନ୍ତି ତେବେ ଅନଲାଇନ୍ ମୋଡରେ ପରିଚାଳନା କରନ୍ତୁ। ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ନିରାପତ୍ତା ନିୟମ ଏବଂ ମୌଳିକ ଆଦର୍ଶକୁ ସମ୍ପୂର୍ଣ୍ଣରୂପେ ପାଳନ ନ କରିବା ପର୍ଯ୍ୟନ୍ତ ଅନଲାଇନରେ କ୍ଲାସ୍ କରାଯାଇ ପାରିବ। ଉପଯୁକ୍ତ ଭେଣ୍ଟିଲେସନ୍, ସୁରକ୍ଷା ମାର୍ଗ, ବାୟୁ ଏବଂ ଆଲୋକ ଚଳାଚଳ ହୋଇ ପାରୁଥିବା ସ୍ଥାନରେ କୋଚିଂ ସେଣ୍ଟର କରାଯାଉ।

Related Articles

Back to top button