ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳ

ବଢୁଛି ହୀରାକୁଦ ଜଳସ୍ତର । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବଢିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯.୭୩ ରେ ପହଞ୍ଚିଥିବବେଳେ ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ।

ହୀରାକୁଦର ଜଳସ୍ତର ବଢିବାରେ ଲାଗିଥିବା ବେଳେ ୧୪ ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଯେହେତୁ ଛତିଶଗଡ଼ରେ ବର୍ଷା ଲାଗିରହିଛି ତେଣୁ ଆଗକୁ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ମହାନଦୀ ତଳିଆ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଦିଆଯାଇଛି।

Related Articles

Back to top button