କେରଳର ୱାଏନାଡ ଭୂସ୍ଖଳନରେ ୪୦୮ ଛୁଇଁଲା ମୃତ୍ୟୁ ସଂଖ୍ୟା

ଅଷ୍ଟମ ଦିନରେ ପହଞ୍ଚିଛି କେରଳର ୱାଏନାଡ ଭୂସ୍ଖଳନ ଘଟଣାର ଉଦ୍ଧାର କାର୍ଯ୍ୟ । ଆବର୍ଜନା ତଳୁ ଉଦ୍ଧାର ହେଉଛି ମୃତ ଦେହ । ଏପର୍ଯ୍ୟନ୍ତ ୪୦୮ ଜଣଙ୍କର ଘଟିଛି ମୃତ୍ୟୁ । ସେଥିମଧ୍ୟରୁ ୨୨୬ ଜଣଙ୍କ ମୃତଦେହ ମିଳିଥିବା ନେଇ ରହିଛି ସୂଚନା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏନଡିଆରଏଫ, ସେନା ଏବଂ ସ୍ୱେଚ୍ଛାସେବୀ ଦଳ । ସୋଚିପାରାରରେ ସର୍ଚ୍ଚ ଉଦ୍ଧାର କାର୍ଯ୍ୟ କରାଯିବ ଆରମ୍ଭ । ଏହା ଏକ ଅପହଞ୍ଚ ଅଞ୍ଚଳ, ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ହୋଇନାହିଁ ଆରମ୍ଭ। ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ଏକ ଦଳ ଏଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ନେଇ ରହିଛି ଖବର ।

Related Articles

Back to top button