ମା’ ଭଟ୍ଟାରିକାଙ୍କ ବେଢ଼ା ଛୁଇଁଛି ମହାନଦୀ ଜଳ

ପୁଣି ଥରେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢ଼ା ଛୁଇଁଛି ମହାନଦୀ ଜଳ । ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳ ସ୍ତର ବୃଦ୍ଧି ପାଉଛି । ମନ୍ଦିର ବେଢାରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ଏବେ ହୀରାକୁଦ ଜଳଭଣ୍ଡାରରେ ୧୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାଷିତ କରାଯାଉଛି । ଫଳରେ ମହାନଦୀ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଉଛି । ଆଜି ସକାଳୁ ବନ୍ୟା ଜଳ ବଢ଼ିବାରେ ଲାଗିଛି। ଏହି ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଛି । ଏଯାଏଁ ମନ୍ଦିରର ଗମ୍ଭାରୀରେ ବନ୍ୟାଜଳ ପ୍ରବେଶ କରି ନାହିଁ । ଏଥିପାଇଁ ଆହୁରି ସମୟ ଲାଗିବ । ଯଦି ଗମ୍ଭୀରାରେ ପାଣି ପଶେ ତେବେ ମା’ଙ୍କୁ ରୋଷ ଘରକୁ ସ୍ଥାନାନ୍ତର କରାଯିବ । ମା”ଙ୍କ ନୀତିକାନ୍ତିରେ ଯେପରି କୌଣସି ବ୍ୟାହାତ ନ ଘଟେ ସେଥିପ୍ରତି ଦେବୋତ୍ତର ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ଗତ କିଛି ଦିନ ତଳେ ପ୍ରଥମ ଥର ମା’ ଭଟ୍ଟାରିକାଙ୍କ ବେଢ଼ା ଛୁଇଁ ଥିଲା ମହାନଦୀ ବନ୍ୟା ଜଳ । ମାତ୍ର ନଦୀରେ ଜଳ ସ୍ତର ହ୍ରାସ ପାଇବା ଯୋଗୁଁ ବେଢ଼ାରୁ ବନ୍ୟା ଜଳ ଖସିଥିଲା ।

Related Articles

Back to top button