ପ୍ରବାସୀ ଭାରତୀୟଙ୍କ ସୁବିଧା ପାଇଁ ଅକଲ୍ୟାଣ୍ଡରେ ଖୋଲିବ ବାଣିଜ୍ୟ ଦୂତାବାସ

ନ୍ୟୁଜଲ୍ୟାଣ୍ଡ ସହିତ ରାଜନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଏବଂ ପ୍ରବାସୀ ଭାରତୀୟଙ୍କ ସୁବିଧା ପାଇଁ ଅକଲ୍ୟାଣ୍ଡରେ ଖୋଲିବ ବାଣିଜ୍ୟ ଦୂତାବାସ । ନ୍ୟୁଜଲ୍ୟାଣ୍ଡ ଗସ୍ତରେ ଥିବା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓକଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ନ୍ୟୁଜଲ୍ୟାଣ୍ଡ ଗସ୍ତ କରିଛନ୍ତି । ଏହି ଅବସରରେ ଅକଲ୍ୟାଣ୍ଡରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟାର ୬ ପ୍ରତିଶତ ହେଉଛନ୍ତି ଭାରତୀୟ । ନ୍ୟୁଜିଲ୍ୟାଣ୍ଡ ସହ ଭାରତର ସମ୍ପର୍କ ଗଭୀର ଏବଂ ବହୁମୁଖୀ ବୋଲି ସେ କହିଛନ୍ତି । ନ୍ୟୁଜିଲ୍ୟାଣ୍ଡର ବିକାଶରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବ ଯଥେଷ୍ଟ ସ୍ପଷ୍ଟ ରହିଛି । ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆଇଟି ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ସେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସେମାନଙ୍କର କଠିନ ପରିଶ୍ରମ ଏବଂ ବଳିଦାନ ମାଧ୍ୟମରେ ପ୍ରବାସୀ ଭାରତୀୟ ଦେଶର ବିକାଶ ତଥା ଅର୍ଥନୀତିରେ ସହଯୋଗ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହୁରି କହିଛନ୍ତି ଯେ ଆମର ସ୍ୱପ୍ନର ଭାରତ ଗଢ଼ିବା ପାଇଁ ଆମେ ପ୍ରବାସୀ ଭାରତୀୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର ଭାବରେ ଦେଖୁ । ଯେଉଁମାନେ ଭାରତୀୟ ସ୍ୱାଗତ କରିଥିବାରୁ ନ୍ୟୁଜିଲ୍ୟାଣ୍ଡ ସରକାର ଏବଂ ସେଠାକାର ଲୋକଙ୍କୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭର୍ନର ଜେନେରାଲ ଡେମ ସିଣ୍ଡି କିରୋ, ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ୍ ଏବଂ ଉପ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ପିଟର୍ସଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ବିଷୟରେ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ।

Related Articles

Back to top button