ସ୍ୱାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା ହୋଇଛି କଡାକଡି

ଦିନକ ପରେ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆତଙ୍କବାଦୀ ମାନେ ଦେଶରେ ଆତଙ୍କ ଖେଳାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି ।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ୧୫ ଅଗଷ୍ଟ ଅବସରରେ ମାନବ ବୋମା ରୂପରେ ଆକ୍ରମଣ କରି ପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁପ୍ତଚର ସଂସ୍ଥା ସତର୍କ ସୂଚନା ଜାରି କରିଛନ୍ତି। ଆତଙ୍କବାଦୀମାନେ ଭିଭିଆଇପି ମାନଙ୍କୁ ଟାର୍ଗେଟ କରି ପାରନ୍ତି ବୋଲି ଆଶଙ୍କା କରାଯାଉଛି । ନିକଟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ଆକ୍ରମଣ ପରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button