ବର୍ଷା ପାଇଁ ସ୍ଥଗିତ ହେଲା ଅମରନାଥ ଯାତ୍ରା

ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ପୁଣି ଥରେ ଠପ୍ ହୋଇଯାଇଛି। ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ଉଭୟ ପହଲଗାମ ଏବଂ ବାଲତାଲ ରୁଟରେ ଅମରନାଥ ଯାତ୍ରା ବାତିଲ କରାଯାଇଛି। ସୋମବାର ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିଥିବା ବିହାରରୁ ଆସିଥିବା ତୀର୍ଥଯାତ୍ରୀମାନେ ଖୁବଶୀଘ୍ର ଯାତ୍ରା ଆରମ୍ଭ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।ସେପଟେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ୁଥିବାରୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ଅମରନାଥ ଯାତ୍ରା କରାଯାଉଛି। ଚଳିତ ଥର ଅମରନାଥ ଯାତ୍ରା ସ୍ଥଗିତ ହେବା ନୂଆ ଘଟଣା ନୁହେଁ। ବର୍ଷା ଓ ପାଗ ପାଇଁ ପୂର୍ବରୁ ମଧ୍ୟ ଅମରନାଥ ଯାତ୍ରା ସ୍ଥଗିତ ରହିଛି।

Related Articles

Back to top button