ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ସବୁ ଆକାଉଣ୍ଟ ହେଲା ସିଜ୍
ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଘରେ ହେଲା ଚଢ଼ାଉ । ଉତ୍ତରପ୍ରଦେଶ ଶାହଜାନପୁରର ସେଣ୍ଟ୍ରାଲ ବ୍ୟାଙ୍କ ଟିମ୍ ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ମୁମ୍ବାଇ ଶାଖାରୁ ରାଜପାଲ ଯାଦବ କୋଟି କୋଟି ଟଙ୍କା ଋଣ ନେଇଥିଲେ ।ଯେଉଁଥିପାଇଁ ସେ ବାପା ନାରଙ୍ଗ ଯାଦବଙ୍କ ନାଁରେ ଥିବା ଜମି ଓ ଘର ବନ୍ଧକ ରଖ୍ ଟଙ୍କା ଆଣିଥିଲେ । ଏନେଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ମୁମ୍ବାଇ ଶାଖାର ଟିମ ଦୁଇ ଦିନ ପୂର୍ବରୁ ଶାହାଜାନପୁରରେ ପହଞ୍ଚିଥିଲା । ଏହାପରେ ଗୋପନୀୟ ଢଙ୍ଗରେ ଋଣରେ ବୁଡିଥିବା ରାଜପାଲ ଯାଦବଙ୍କ ସମ୍ପଭିକୁ ଜବତ କରିଛି ବ୍ୟାଙ୍କ ।ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି। କମେଡିଆନ ରାଜପାଲ ୟାଦବ ୨୦୧୨ରେ ଅତା ପତା ଲାପତା ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ତିଆରି ପାଇଁ ସେତେବେଳେ ସେବ୍ୟାଙ୍କ୍ରୁ ୫କୋଟି ଟଙ୍କା ଲୋନ୍ ନେଇଥିଲେ। ତେବେ ସେ ଏଯାଏଁ ଏହି ଋଣ ପରିଶୋଧ କରି ନାହାନ୍ତି।
ରାଜପାଲ ମୁମ୍ବାଇର ବାନ୍ଦରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଏହି ଲୋନ୍ ନେଇଥିଲେ। ଏବେ ବ୍ୟାଙ୍କ ଅଧିକାରୀମାନେ ତାଙ୍କ ଶାହାଜାନପୁରର ଘରେ ଚଢାଉ କରି ରାଜପାଲଙ୍କ କୋଟି କୋଟି ସମ୍ପତ୍ତି ଜବତ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧିକାରୀମାନେ ତାଙ୍କ ସମସ୍ତ ସମ୍ପତ୍ତି ଉପରେ ଏକ ବ୍ୟାନର ଲଗାଇଛନ୍ତି।ଏହି ବ୍ୟାର୍ନରେ କୁହାଯାଇଛି ଯେ, ତାଙ୍କର ସମସ୍ତ ସମ୍ପତ୍ତି ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଟେ। ଏହାକୁ କେହି ବିକ୍ରି କିମ୍ବା କିଣି ପାରିବେ ନାହିଁ।