ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲାରେ ୧୧ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲାରେ ୧୧ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଦେଶ ପାଇଁ, ଦେଶ ସ୍ବାଧୀନତା ପାଇଁ, ଜୀବନ ସଂଘର୍ଷ କରିଥିବା ଲୋକଙ୍କ ପାଇଁ, ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଛନ୍ତି। ସ୍ବାଧୀନତାର ଏହି ପର୍ବ ସ୍ବାଧୀନତା ସଂଗାମୀଙ୍କ ପାଇଁ ଦେଶବାସୀ ଋଣି ବୋଲି କହିଛନ୍ତି। ଦେଶର ରକ୍ଷା, ରାଷ୍ଟ୍ର ନିର୍ମାଣ ପାଇଁ ପୂରା ପ୍ରତିବନ୍ଧତା ସହିତ ଦେଶକୁ ନୂତନ ଶିଖରକୁ ନେବା ପାଇଁ ଆମେ ପ୍ରତିଜ୍ଞା କରିବାର ସମୟ ଆସିଛି ବୋଲି କହିଛନ୍ତି।

ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆମେ ଗର୍ବିତ ଯେ ଭାରତରୁ ଉପନିବେଶବାଦୀ ଶାସନକୁ ଉଚ୍ଛେଦ କରିଥିବା ୪୦ କୋଟି ଲୋକଙ୍କ ରକ୍ତ ଆମେ ବହନ କରୁଛୁ। ଆଜି ଆମେ ୧୪୦ କୋଟି ଲୋକ ହୋଇସାରିଛେ। ଯଦି ଆମେ ସଂକଳ୍ପ କରି ଗୋଟିଏ ଦିଗରେ ଏକାଠି ଆଗକୁ ବଢ଼ିବା, ତେବେ ବାଟରେ ଥିବା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ୨୦୪୭ ସୁଦ୍ଧା ଆମେ ‘ବିକ୍ଷିତ ଭାରତ’ରେ ପରିଣତ ହୋଇପାରିବା।ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ଚାଷୀ, ଯବାନ, ଯୁବପିଢ଼ି, ମା-ଭଉଣୀ, ଗରିବ, ପୀଡିତ, ବଞ୍ଚିତଙ୍କ ମଧ୍ୟ ସ୍ବାଧୀନତା ପ୍ରତି ଶ୍ରଦ୍ଧା ରହିଛି। ସାରା ଦେଶବାସୀ ଏହି ବର୍ଷ ଓ ବିଗତ କିଛି ବର୍ଷ ହେଲା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମସ୍ତଙ୍କର ଚିନ୍ତା ବଢ଼ିଛି। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅନେକ ଲୋକ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ଜାତୀୟ ସଂପତ୍ତି କ୍ଷତି ହୋଇଛି। ସମସ୍ତଙ୍କ ପ୍ରତି ସମବେଦନା ଜଣାଉଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ସଙ୍କଟକୁ ଭୁଲିହେବ ନାହିଁ। ଏହି ଦେଶରେ ଆତଙ୍କବାଦୀମାନେ ଆକ୍ରମଣ କରୁଥିଲେ। ଯେତେବେଳେ ଦେଶର ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଥାଏ। ସେନା ଏୟାର ଷ୍ଟ୍ରାଇକ୍ କଲେ ଯୁବକଙ୍କ ଛାତି ଗର୍ବରେ ଭରିଯାଏ। ଏସବୁ ଜିନିଷ ଦେଶବାସୀଙ୍କ ମନକୁ ଗର୍ବରେ ଭରି ଦେଇଥାଏ । ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲୋକଙ୍କ ସ୍ୱପ୍ନ ପୂରଣ ହୋଇନାହିଁ। ଦାୟିତ୍ୱ ମିଳିବା ପରେ ଆମେ ବଡ଼ ବଡ଼ ସଂସ୍କାର କରିଥିଲୁ। ଆମେ ପରିବର୍ତ୍ତନ ପାଇଁ ସଂସ୍କାରକୁ ବାଛିଥିଲୁ। ଆମେ କେବଳ ପ୍ରଶଂସା ପାଇଁ ଉନ୍ନତି କରୁନାହୁଁ। ଆମେ ବାଧ୍ୟହୋଇ ନୁହେଁ ବରଂ ସୁଦୃଢ଼ କରିବା ପାଇଁ ସଂସ୍କାର କରୁଛୁ। ଆମେ ରାଜନୀତିରେ ସଂସ୍କାର କରୁନାହୁଁ। ଆମର କେବଳ ଗୋଟିଏ ଲକ୍ଷ୍ୟ ରହିଛି ଏବଂ ତାହା ହେଉଛି ରାଷ୍ଟ୍ର ପ୍ରଥମ, ଅର୍ଥାତ୍ ଜାତୀୟ ସ୍ୱାର୍ଥ ସର୍ବୋଚ୍ଚ। ମୋ ଭାରତକୁ ମହାନ କରିବା ପାଇଁ ଆମେ ଏହି ସଂକଳ୍ପ ନେଇ ପଦକ୍ଷେପ ନେଉଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲୋକମାନେ ସ୍ୱାଧୀନତା ପାଇଛନ୍ତି, କିନ୍ତୁ ପ୍ରତ୍ୟେକ ସୁବିଧା ପାଇଁ ସେମାନଙ୍କୁ ସରକାରଙ୍କ ସାମ୍ନାରେ ହାତ ବିସ୍ତାର କରିବାକୁ ପଡିଛି। ଆଜି ସରକାର ଘରେ ଟ୍ୟାପ୍ ରୁ ଘରେ ପାଣି ଓ ଗ୍ୟାସ ସିଲିଣ୍ଡର ପହଞ୍ଚାଉଛନ୍ତି। ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଇଛି।

ପତାକା ଉତ୍ତୋଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଚୀର ଆଡକୁ ଯିବା ସମୟରେ ତାଙ୍କୁ ସ୍ୱଦେଶୀ ୧୦୫ ମିଲିମିଟର ଲାଇଟ୍ ଫିଲ୍ଡ ଗନ୍ ଜରିଆରେ ୨୧ ତୋପ ସଲାମ ଦିଆଯାଇଥିଲା। ନ୍ୟାସନାଲ ଫ୍ଲାଗ ଗାର୍ଡ ତ୍ରିରଙ୍ଗା ଉତ୍ତୋଳନ ଅବସରରେ ଜାତୀୟ ସଲାମ ଦେବ, ଯେଉଁଥିରେ ସଶସ୍ତ୍ର ବାହିନୀ ଏବଂ ଦିଲ୍ଲୀ ପୋଲିସର ପ୍ରତିନିଧି ମାନେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବା ମାତ୍ରେ ସ୍ବଦେଶୀ ଆଡଭାନ୍ସ ଲାଇଟ୍ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯାଇଥିଲା। ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡରମାନେ ଏହି ଆକାଶମାର୍ଗରୁ ପ୍ରଦର୍ଶନ କରିଥିଲେ।ଲାଲକିଲ୍ଲାରେ ୭୮ତମ ସ୍ୱାଧୀନତା ଦିବସ ସମାରୋହରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରାୟ ୪୦୦ ମହିଳା ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ନୁଯାୟୀ, ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ପ୍ରାୟ ୪୫ ଜଣ ‘ଲଖପତି ଦିଦି’ ଏବଂ ପ୍ରାୟ ୩୦ ଜଣ ‘ଡ୍ରୋନ୍ ଦିଦି’ଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳୁ ଦିଲ୍ଲୀର ରାଜଘାଟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ‌ଠାରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related Articles

Back to top button