ଭାରତରେ ଆଗକୁ ସୁନା ଦର ବୃଦ୍ଧିର ରହିଛି ଯଥେଷ୍ଟ ସମ୍ଭାବନା

ଗ୍ଲୋବାଲ୍ ମାର୍କେଟରେ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନାର ଦାମ୍ । ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ୨୫୦୦ ଡଲାର ଅତିକ୍ରମ । ଏକ ଆଉନ୍ସ ପିଛା ୨୫୦୦.୧୬ ଡଲାରରେ ପହଞ୍ଚିଛି ସୁନାର ରେଟ୍ । ଭାରତରେ ଆଗକୁ ଦର ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । ଆମେରିକାର ଫେଡେରାଲ୍ ରିଜର୍ଭ ରେଟ୍ କଟ୍ କରିବା ସମ୍ଭାବନା । ମୁଦ୍ରାସ୍ଫିତୀରେ ହ୍ରାସ ପରେ ସେପ୍ଟେମ୍ବରରେ ସୁଧହାର ହ୍ରାସ କରିପାରନ୍ତି ଆମେରିକାର ଫେଡେରାଲ୍ ରିଜର୍ଭ । ଏବେ ବିଶ୍ବ ବଜାରରେ ରକେଟ୍ ହୋଇଛି ସୁନା ଦର । ଚଳିତବର୍ଷ ୨୦ ପ୍ରତିଶତରୁ ଅଧିକ ବଢ଼ିସାରିଲାଣି ସୁନା ଦର । ସୁଧହାର ହ୍ରାସ ହେଲେ ଲୋକେ ୟେଲୋ ମେଟାଲ୍ ବା ସୁନାରେ ନିବେଶ କରିଥାନ୍ତି । ବିଶ୍ବରେ ଯୁଦ୍ଧ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ସୁନାକୁ ସୁରକ୍ଷିତ ସ୍ଥାନ ଭାବୁଛନ୍ତି ନିବେଶକ । ସୁନାରେ ନିବେଶ ବଢୁଥିବାରୁ ଏହାର ଡିମାଣ୍ଡ ଅଧିକ ରହୁଛି । ଭାରତରେ ଏବେ ୨୨ କ୍ୟାରେଟ୍ ସୁନାର ଦର ଗ୍ରାମ୍ ପ୍ରତି ୬୫୭୦ ଟଙ୍କା ରହିଛି । ରୂପା କିଲୋ ପ୍ରତି ୮୨ ହଜାର ଟଙ୍କା ରହିଛି ।

Related Articles

Back to top button