ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ।ଭାଇ ଓ ଭଉଣୀ ମଧ୍ୟରେ ଥିବା ଭଲପାଇବାର ନିଦର୍ଶନ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ତାର ସୁରକ୍ଷା ପାଇଁ ଭାଇକୁ ପୂଜା କରି ବାନ୍ଧି ଥାଏ ରାକ୍ଷୀ । ଦୁନିଆରେ ଭାଇ ଓ ଭଉଣୀ ସମ୍ପର୍କ ସବୁ ସମ୍ପର୍କଠୁ ନିଆରା । ଛୋଟବେଳୁ ସାଙ୍ଗ ହେଇ ହସିବା, ଖେଳିବା, ପଢିବା ଆଦି କାର୍ଯ୍ୟରେ ଜଣେ ଭଉଣୀ ସାଙ୍ଗରେ ଥାଏ ତାର ଭାଇ । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ ରାକ୍ଷୀ । ଭାଇ- ଭଉଣୀ ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୂପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ଲାଗି କରାଇବେ ସେବକମାନେ । ସେହିପରି ମାର୍କଣ୍ଡ ପୁଷ୍କରିଣୀରେ ହେବ ବଳଭଦ୍ରଙ୍କ ଜନ୍ମନୀତି । ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ କରିବେ ନୀତି ସମାପନ।

Related Articles

Back to top button