ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦିଆଯାଉଥିବା ଅର୍ଥ ରାଶି ହେବ ବୃଦ୍ଧି

ରାଜ୍ୟବାସୀଙ୍କ ପାଇଁ ବିଜେପି ସରକାର ଏକ ଖୁସି ଖବର ନେଇ ଆସିଛନ୍ତି । ପ୍ରଥମତଃ ଏହା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦିଆଯାଉଥିବା ଅର୍ଥ ରାଶିକୁ ବୃଦ୍ଧି କରାଯିବ । ସେହିପରି ପାଇଖାନା ବାବଦକୁ ମିଳୁଥିବା ଟଙ୍କାକୁ ବଢ଼ାଯିବ ବୋଲି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅନ୍ତଦ୍ୱୟ ଯୋଜନାରେ ଲୋକଙ୍କୁ ଯୋଡ଼ା ଯିବ । ଏଥିପାଇଁ ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ବୋଲି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ କହିବା ମୁତାବକ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି କରାଯିବ । ପୂର୍ବରୁ ପିଏମ ଆବାସ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ପ୍ରଦାନ କରାଯାଉଥିବାବେଳେ ଏବେ ତାହା ବୃଦ୍ଧି ପାଇ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ । ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର। ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଅନ୍ତଦ୍ୱୟ ଗୃହ ଯୋଜନା ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତଦ୍ୱୟ ଯୋଜନା ମିଳିବ । ବିଭିନ୍ନ କାରଣରୁ ଘର ପୋଡ଼ି ଗଲେ ଲୋକଙ୍କୁ ଅନ୍ତଦ୍ୱୟ ଗୃହ ମିଳିବ । ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନ ଥିବାବେଳେ ବିଜେପି ସରକାର ନୂଆ ଯୋଜନା ଆଣିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।

Related Articles

Back to top button