କାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ

କାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ। ଏହି ପର୍ଯ୍ୟାୟ ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ହେବ ନା ସ୍ୱାଭାବିକ ହୋଇ ଚାଲିବ ତା ଉପରେ ରହିଛି ସମସ୍ତଙ୍କ ନଜର। ୨୪ ବର୍ଷ ପରେ ବିଧାନସଭାର ଚିତ୍ର ବଦଳିଥିଲା। ବିରୋଧୀ ଆସନରେ ପ୍ରଥମ ଥର ପାଇଁ ବସିଥିଲା ବିଜେଡି ଆଉ ଶାସକ ଦଳ ଆସନରେ ବସିଥିଲା ବିଜେପି। ହେଲେ, ଗୃହ ଭିତରର ଦୃଶ୍ୟପଟ୍ଟ ବଦଳିନଥିଲା। ବିଧାୟକମାନେ ହୋହାଲ୍ଲା ନାରାବାଜି, ପୋଡିୟମ ଉପରେ ଚଢ଼ିବା ଭଳି ଘଟଣା ଦେଖିବାକୁ ମିଳିଥିଲା।ଆଲୋଚନା କମ୍ ହେଉଥିଲା, କୋଳାହଳ ବେଶୀ ଥିଲା। ଯାହାଫଳରେ ଲୋକଙ୍କ ପ୍ରସଙ୍ଗ ଗୌଣ ହୋଇଯାଇଥିଲା। ଲୋକେ ବିଧାୟକଙ୍କୁ ନିର୍ବାଚିତ କରି ବିଧାନସଭାକୁ ପଠାଇଥିବା ବି ନିଜ ନିର୍ବାଚନମଣ୍ଡଳୀର ପ୍ରସଙ୍ଗ ଉଠାଇ ପାରିନଥିଲେ। ତେଣୁ ଏଥର ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନରେ ଲୋକଙ୍କ ପ୍ରସଙ୍ଗ ଉଠିବ ନା ହୋହାଲ୍ଳାରେ ଶେଷ ହୋଇଯିବ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।ଏଥର ସବୁ ରାଜନୈତିକ ଦଳ ସ୍ୱତନ୍ତ୍ର ରଣନୀତି କରିଛନ୍ତି। ଗୃହ ଭିତରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଜୋରଦାର କାଉଁଣ୍ଟର କରିବାକୁ ଶାସକ ଦଳ ମଧ୍ୟ ତୟାର ହୋଇଛି।ତେବେ ବିଧାନସଭା ସ୍ୱାଭାବିକ ଭାବେ ଚାଲୁଛି, ନା ହଙ୍ଗାମା ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Related Articles

Back to top button