ମଦଭାଟିରେ ବୁଲିବ ବୁଲଡୋଜର

ରାଜ୍ୟରେ ବେଆଇନ୍ ମଦ କାରବାର ନେଇ ସରକାରଙ୍କ ଆକ୍ସନ । ବେଆଇନ ବା ଚୋରାରେ ଚାଲିଥିବା ମଦ କାରବାରକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯିବ ଏବଂ ଅଭିଯୁକ୍ତଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହି କାରବାରକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ, ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଡ ହରିଚନ୍ଦନ ।ଗଞ୍ଜାମ ଟିକିଟି ମଦ ମୃତ୍ୟୁ ପରେ ବର୍ତ୍ତମାନ ସରକାର ଆକ୍ସନ ମୋଡରେ । ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବା ପାଇଁ ଅବକାରୀ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି ରାଜ୍ୟରେ ବେଇଆନ ବା ଚୋରା ମଦ କାରବାର ଗ୍ରହଣୀୟ ନୁହେଁ। ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷିଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ାଉ କରାଯିବ ।

ସେହିପରି ସହିତ ଚିକିଟି ଘଟଣାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚିକିତ୍ସିତ ସମସ୍ତ ଲୋକ ସୁସ୍ଥ ଥିବା ନେଇ ସୂଚନା ରହିଛି । ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ କାର୍ଯ୍ୟରୁ ଅପସାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ମନ୍ତ୍ରୀ ଆହୁରି କହିଛନ୍ତି, ଚୋରା ମଦ ଭାଟିରେ ବୁଲଡୋଜର ଚାଲିବ । ଏହି ଘଟଣାରେ ସାରା ରାଜ୍ୟରେ ୧୨୭ ଜଣଙ୍କୁ ଗିରଫ କରାଯାଇସାରିଲାଣି । ସେହିପରି ଟିକିଟି ଘଟଣାରେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକଙ୍କୁ ବଦଳି ମଧ୍ୟ କରାଯାଇଛି । ସେହିପରି ଦୁଇ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇସରିଛି ।

Related Articles

Back to top button