ଲଦାଖରେ ଭୟଙ୍କର ସଡ଼କ ଦୁର୍ଘଟଣା : ୬ ମୃତ

ଲଦାଖରେ ଭୟଙ୍କର ସଡ଼କ ଦୁର୍ଘଟଣା । ଲେହରୁ ପୂର୍ବ ଲଦାଖ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ 200 ମିଟର ଗଭୀର ଘାଇକୁ ଖସି ପଡିଛି । ଏହି ଦୁର୍ଘଟଣାରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 22 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ANI ସୂଚନା ଅନୁସାରେ, ଅଗଷ୍ଟ 22 ଗୁରୁବାର ଦିନ ଏକ ଘରୋଇ ବସ୍ ଲେହରୁ ପୂର୍ବ ଲଦାଖ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ସେ 200 ମିଟର ଗଭୀର ଘାଇ ପଡ଼ିଯାଇଥିଲେ। ବସ୍ ଏକ ଖାଲରେ ପଡ଼ିଯିବା ପରେ ଘଟଣାସ୍ଥଳରେ 6 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 22 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।ସମସ୍ତ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି । ଏହି ବସ୍ ଲାମଡନ୍ ମଡେଲ୍ ସିନିୟର ସେକେଣ୍ଡାରୀ ସ୍କୁଲର ବୋଲି କୁହାଯାଉଛି। ଉକ୍ତ ସ୍କୁଲରେ ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟ ଯାତ୍ରା କରୁଥିଲେ। ବସ୍ ପଞ୍ଜୀକରଣ ନମ୍ବର JK 10A 7004 ବୋଲି ଖବର ରହିଛି । ବର୍ତ୍ତମାନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Related Articles

Back to top button