ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ସୁଭଦ୍ରା’ ଯୋଜନାର ଏସଓପି କଲେ ଘୋଷଣା

ରାଜ୍ୟର ମହିଳା ମାନଙ୍କ ପାଇଁ ଖୁସି ଖବର । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ସୁଭଦ୍ରା’ ଯୋଜନାର ଏସଓପିକୁ ନେଇ ବଡ ଘୋଷଣା କରିଛନ୍ତି । ସୁଭଦ୍ରା ନିୟମାବଳୀକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ଏହି ଯୋଜନା ଅଧୀନରେ ପ୍ରତି ବର୍ଗର ମହିଳାଙ୍କୁ ମିଳିବ ସହାୟତା । ବର୍ଷକୁ ୨ ଥର ଏହି ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ଏପରିକି ବ୍ଲକ ସ୍ତରରେ ମହିଳାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ୫୫ ହଜାର କୋଟି ଅର୍ଥ ବ୍ୟୟ ବରାଦ କରାଯାଇଛି । କେବେଠୁ ଏହି ଯୋଜନା ପାଇଁ ଆବେଦନ କରାଯିବ ସେନେଇ ସରକାରଙ୍କ ତରଫରୁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ।

ସୂଚନା ଅନୁସାରେ ଅନ୍ତଜାର୍ତୀୟ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ଏହି ଟଙ୍କା ମହିଳାମାନଙ୍କ ଖାତାକୁ ଆସିବ । ୫ ବର୍ଷରେ ପ୍ରତି ମହିଳାଙ୍କୁ ଏହି ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର । ରାଜ୍ୟ ସରକାରଙ୍କର ଲୋକାଭିମୁଖୀ ଯୋଜନା ସୁଭଦ୍ରା ରେ ୨୧ ବର୍ଷରୁ ୬୦ ବର୍ଷ ମହିଳାଙ୍କୁ ମିଳିବ ଟଙ୍କା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ୱୀ କରିବା। ଅଙ୍ଗନବାଡି ଓ ଜନସେବା କେନ୍ଦ୍ରରେ ଏହି ଟଙ୍କା ପାଇଁ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି । ଏହି ଯୋଜନା ସମ୍ୱନ୍ଧିତ କୌଣସି ସୂଚନା ପାଇଁ କଲ ସେଣ୍ଟର ମଧ୍ଯ ଖୋଲାଯିବ । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୁଭଦ୍ରା ଯୋଜନାରେ ଅତିରିକ୍ତ ସହାୟତା ମଧ୍ୟ ପ୍ରଦାନ କରାଯିବ । ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ମିଳିବ ଅତିରିକ୍ତ ସହାୟତା । ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ ଶହସ ଟଙ୍କା ମିଳିବ । ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀ ଏହି ଅତିରିକ୍ତ ଅର୍ଥ ରାଶି ଲାଭ ଉଠାଇ ପାରିବେ ।

Related Articles

Back to top button