୧୪ ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟା ଜଳ

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ । ଜଳସ୍ତର ବୃଦ୍ଧି ପାଇଁ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇଛି । ମୋଟ୍ ୧୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଡ୍ୟାମର ବାମ ପଟୁ ୯ଟି ଗେଟ ଓ ଡାହାଣ ପଟୁ ୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଗେଟ୍ ଖୋଲାଯିବା ପାଇଁ ସ୍ଥାନୀୟ ଅଂଚଳରେ ସତର୍କ ସୂଚନା ଜାରି କରାଯାଇଛି । ଡ୍ୟାମର ଗେଟ୍ ଖୋଲାଯିବା ପରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ମଧ୍ୟ ପାଇଛି । ବିଭିନ୍ନ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ।

Related Articles

Back to top button