ଆଇଏଲଏସ ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ ଦେହାନ୍ତ

ଆଇଏଲଏସ ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ ପରଲୋକ । ହୃଦରୋଗରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ପୋଲିସ ପ୍ରଥମେ କହିଥିଲା । ହେଲେ ତାଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥିବା ଜଣାପଡିଛି । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଥିଲା ଉଲ୍ଲେଖନୀୟ ଅବଦାନ ।ପରିବାର ଲୋକେ ସନ୍ଦିପଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିଛନ୍ତି । ପରିବାର ପକ୍ଷରୁ କୁହାଯାଇଛି ପ୍ରଥମେ ଫୁଡ୍ ପଏଜନ ଓ ପରେ ହୃଦରୋଗ ସମସ୍ୟାରୁ ଚାଲିଗଲା ଜୀବନ । ୫୬ ବର୍ଷ ବୟସରେ ଗତକାଲି କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ସନ୍ଦୀପଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।ଆଇଏଲଏସର ଜଣେ ସୁନାମଧନ୍ୟ ବୈଜ୍ଞାନିକ ଥିଲେ ସନ୍ଦୀପ ମିଶ୍ର । ବିଦେଶରୁ ପାଠ ପଢା ଶେଷ ପରେ ୨୦୦୬ ମସିହାରୁ ସତ୍ୟନଗରରେ ରହୁଥିଲେ । ତାଙ୍କର ପତ୍ନୀ ଓ ୧୦ ବର୍ଷର ପୁଅ ମଧ୍ୟ ରହିଛନ୍ତି । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଉଲ୍ଲେଖନୀୟ । ଖବର ପାଇବା ପରେ ସ୍ଥାନୀୟ ଲୋକେ ଘରେ ପହଞ୍ଚିଛନ୍ତି । ଖାରବେଳନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Related Articles

Back to top button