ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୬ଟି ଗେଟ୍

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୬ଟି ଗେଟ୍ । ଏହାକୁ ମିଶାଇ ଏବେ ମୋଟ ୨୦ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଥ‌ିବା ସୂଚନା ରହିଛି।ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଶନିବାର ହୀରାକୁଦର ୧୪ଟି ଗେଟ୍ ଖୋଲାଯାଇଥିଲା । ଫଳରେ ମହାନଦୀ ଏବଂ ଏହାର ଶାଖାନଦୀମାନଙ୍କରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ନେଇ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ଚାରିଆଡେ ଚାଷ କାମ ହୋଇଥିବାବେଳେ ବନ୍ୟା ପାଣି ନେଇ ଚିନ୍ତାରେ ଚାଷୀ।

Related Articles

Back to top button