ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା: ଉପମୁଖ୍ୟମନ୍ତ୍ରୀ

ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଏ ନେଇ ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ ରାଜ୍ଯର କୃଷକମାନଙ୍କୁ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ। ଏହାଛଡ଼ା ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା ମିଳିବ ।ସେ ଆହୁରି କହିଛନ୍ତି, ନୂଆ ଚାଷୀଙ୍କୁ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ବି ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରୁ ବାଦ୍ ହୋଇଥିଲେ ସେମାନଙ୍କୁ ସାମିଲ ଲାଗି ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ବିଧାନସଭାରେ ବାଲେଶ୍ବର ସଦର ବିଜେପି ବିଧାୟକ ମାନସ ଦତ୍ତ ଗୃହରେ ଚାଷୀଙ୍କ ଯୋଜନା ନେଇ କରିଥିବା ପ୍ରଶ୍ନରେ କୃଷିମନ୍ତ୍ରୀ କେ.ଭି ସିଂ ଦେଓ ଏହି ଲିଖିତ ଉତ୍ତର ଦେଇଛନ୍ତି। ତେବେ ଏହାର ଶୁଭାରମ୍ଭ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି କୃଷି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ।

Related Articles

Back to top button