୨୩୪ଟି ନୂଆ ସହରରେ ଖୋଲିବ ୭୩୦ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ।
ଦେଶର ଅପହଞ୍ଚ ଇଲାକାକୁ ଯୋଡିବା ନିମନ୍ତେ ତଥା ସେଠାକାର ଲୋକମାନଙ୍କୁ ସୂଚନା ଦେବା ଲକ୍ଷ୍ୟରେ ୨୩୪ଟି ନୂଆ ସହରରେ ୭୩୦ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଖୋଲିବ। ଏଥିପାଇଁ ଇ-ନିଲାମ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିପାଇଁ ରିଜର୍ଭ ମୂଲ୍ୟ ୭୮୪.୮୭ କୋଟି ଟଙ୍କା ରଖାଯାଇଛି। ମାତୃଭାଷାରେ ସ୍ଥାନୀୟ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ପଦକ୍ଷେପର ଲକ୍ଷ୍ୟ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ଏଫଏମ ରେଡିଓକୁ ଟାୟାର ୨ ଏବଂ ଟାୟର ୩ ସହରକୁ ନେଇଯିବ। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ସ୍ଥାନୀୟ ପ୍ରତିଭାଙ୍କ ଉପରେ ଧ୍ୟାନ ଦେବ।ଏଥିରେ ଆନ୍ଧ୍ର ପ୍ରଦେଶର ୨୨ଟି ସହରରେ ୬୮ଟି ଚ୍ୟାନେଲ, ଆସାମରେ ୬ଟି ସହରରେ ୧୮ଟି ଚ୍ୟାନେଲ, ବିହାରରେ ୧୮ଟି ସହରରେ ୫୭ଟି ଚ୍ୟାନେଲ, ଗୁଜୁରାଟରେ ୮ଟି ସହରରେ ୨୪ଟି ଚ୍ୟାନେଲ, ହରିୟାଣାରେ ୯ଟି ସହରରେ ୨୭ଟି ଚ୍ୟାନେଲ, ତାମିଲନାଡୁରେ ୧୧ଟି ସହରରେ ୩୩ଟି ଚ୍ୟାନେଲ, ମଧ୍ୟପ୍ରଦେଶରେ ୨୦ଟି ସହରରେ ୬୧ଟି ଚ୍ୟାନେଲ, ମହାରାଷ୍ଟ୍ରରେ ୧୧ଟି ସହରରେ ୩୬ଟି ଚ୍ୟାନେଲ, ଓଡିଶାରେ ୬ଟି ସହରରେ ୧୯ଟି ଚ୍ୟାନେଲ, ପଞ୍ଜାବରେ ୯ଟି ସହରରେ ୨୮ଟି ଚ୍ୟାନେଲ, ରାଜସ୍ଥାନରେ ୧୯ଟି ସହରରେ ୫୯ଟି ଚ୍ୟାନେଲ, ତେଲେଙ୍ଗାନାରେ ୧୦ଟି ସହରରେ ୩୧ଟି ଚ୍ୟାନେଲ, ଉତ୍ତର ପ୍ରଦେଶରେ ୩୨ଟି ସହରରେ ୧୦୦ଟି ଚ୍ୟାନେଲ, ପଶ୍ଚିମବଙ୍ଗରେ ୧୩ଟି ସହରରେ ୪୨ଟି ଚ୍ୟାନେଲ, ଛତିଶଗଡ଼ରେ ୩ଟି ସହରରେ ୯ଟି ଚ୍ୟାନେଲ, ଝାଡ଼ଖଣ୍ଡରେ ୬ଟି ସହରରେ ୧୯ଟି ଚ୍ୟାନେଲ, କେରଳରେ ୨ଟି ସହରରେ ୬ଟି ଚ୍ୟାନେଲ, ମିଜୋରାମରେ ଗୋଟିଏ ସହରରେ ୩ଟି ଚ୍ୟାନେଲ, ମେଘାଳୟର ଗୋଟିଏ ସହରରେ ୩ଟି ଚ୍ୟାନେଲ, ମଣିପୁରରେ ଗୋଟିଏ ସହରରେ ୪ଟି ଚ୍ୟାନେଲ, ନାଗାଲାଣ୍ଡରେ ୩ଟି ସହରରେ ୯ଟି ଚ୍ୟାନେଲ, ତ୍ରିପୁରାରେ ୧ଟି ସହରରେ ୩ଟି ଚ୍ୟାନେଲ, ଉତ୍ତରାଖଣ୍ଡରେ ୨ଟି ସହରରେ ୬ଟି ଚ୍ୟାନେଲ, ଆଣ୍ଡାମାନ ଓ ନିକୋବରରେ ଗୋଟିଏ ସହରରେ ୩ଟି ଚ୍ୟାନେଲ, ଦାମନରେ ୧ଟି ସହରରେ ୩ଟି ଚ୍ୟାନେଲ, ଜାମ୍ମୁ କାଶ୍ମୀରରେ ୧ଟି ସହରରେ ୩ଟି ଚ୍ୟାନେଲ ଓ ଲାକ୍ଷାଦ୍ଵୀପରେ ୧ଟି ସହରରେ ୩ଟି ଏଫ୍ଏମ୍ ଚ୍ୟାନେଲ୍ ଖୋଲିବ।