ମଣିଷକୁ ବ୍ୟାପିଲା ବାର୍ଡ ଫ୍ଲୁ
ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ ବୁଧବାର ସୂଚନା ମିଳିଛି । ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତ ବୋଲି କହି ହେବନି । ଲକ୍ଷଣ ଥିବା ୨ ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଛି । ପୁଣେ ଭାଇରୋଲୋଜି ସେଣ୍ଟରକୁ ମଧ୍ୟ ନମୁନା ପଠାଯାଇଛି । ଏପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇନି । ରିପୋର୍ଟକୁ ଅପେକ୍ଷା ରହିଛି । ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆରଏମଆରସି ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।