ମଣିଷକୁ ସଂକ୍ରମିତ ହୋଇନାହିଁ ବାର୍ଡ ଫ୍ଲୁ : ସ୍ବାସ୍ଥ୍ୟ ମନ୍ତ୍ରୀ

ମଣିଷକୁ ସଂକ୍ରମିତ ହୋଇନାହିଁ ବାର୍ଡ ଫ୍ଲୁ । ପୁଣେ ପଠାଯାଇଥିବା ନମୁନା ନେଗେଟିଭ୍ ଆସିଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ନିରାକରଣ ଦୃଷ୍ଟିରୁ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି । ବାର୍ଡ ଫ୍ଲୁ ନେଇ ସମ୍ପୂର୍ଣ୍ଣ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ସଚେତନତା କାର୍ୟ୍ୟକ୍ରମ ବ୍ୟାପକ କରାଯାଇଛି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରାଯାଇଛି । ତେଣୁ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।ପିପିଲିରେ ବାର୍ଡ ଫ୍ଲୁ ବ୍ୟାପକ ହେବା ପରେ ହଜାର ହଜାର କୁକୁଡାକୁ ମରାଯାଇ ପୋତାଯାଇଛି । ଏଭଳି ସ୍ଥଳେ ସେହି ଅଞ୍ଚଳରେ ଲୋକଙ୍କୁ ଜ୍ୱର ହେଉଥିବାବେଳେ ଚେତିଛି ସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କୁ ବାର୍ଡ ଫ୍ଲୁ ସଂକ୍ରମିତ ହୋଇଥିବା ଆଶଙ୍କାରେ ସେମାନଙ୍କର ସ୍ୱାବ ଟେଷ୍ଟ ହେବାକୁ ଯାଇଥିଲା । ହେଲେ ତାହା ବାର୍ଡ ଫ୍ଲୁ ନୁହେଁ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Related Articles

Back to top button