ଆଜି ପୁଣି ୪ ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ଡ଼୍ୟାମ କର୍ତ୍ତୃପକ୍ଷ

ବଢୁଛି ହୀରାକୁଦ ଜଭଣ୍ଡାରର ଜଳସ୍ତର। ଉପର ମୁଣ୍ଡରେ ଦୁଇଦିନ ହେଲା ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛ। ଫଳରେ ଆଜି ପୁଣି ୪ ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ଡ଼୍ୟାମ କର୍ତ୍ତୃପକ୍ଷ । ତେବେ ମୋଟ ୬ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଚାଲିଛି। ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୩.୩୫ ଫୁଟରେ ପହଞ୍ଚିଥିବାବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୨୬ ହଜାର ୩୩୯ ଘନଫୁଟ ବନ୍ୟାଜଳ। ସେପଟେ ୬ଟି ଗେଟ୍ ମାଧ୍ୟମରେ ନିଷ୍କାସିତ ହେଉଛି ୧ ଲକ୍ଷ ୨୦ ହଜାର ଘନଫୁଟ ବନ୍ୟାଜଳ।

Related Articles

Back to top button