୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି । ସେହିଭଳି ଅନ୍ୟ ୫ ଜିଲ୍ଲା ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଏବଂ ନୂଆପଡ଼ାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ସେପଟେ ଲଗାଣ ବର୍ଷାରେ ପୁଣି ବୁଡିଲା ପୋଲ । ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ୨ଫୁଟ ଉଚ୍ଚର ପାଣି ଚାଲିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ପୋଲ ଉପରେ ପାଣି ଚାଲି ଥିବାରୁ ୩୨୬ନମ୍ବର ଜାତୀୟ ରାଜପଥର ଉଭୟ ପାଖରେ ଅଟକି ରହିଛି ଗାଡିମୋଟର । ମାଲକାନଗିରିରୁ କାଲିମେଳାରୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ଗତକାଲି ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ମଧ୍ୟ ୨ଫୁଟର ପାଣି ଲହଡ଼ି ଭାଙ୍ଗୁଛି ।

Related Articles

Back to top button