ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର ବ୍ୟବସାୟୀଙ୍କୁ ନୋଟିସ

ବାର୍ଡ ଫ୍ଲୁ ନେଇ ରାଜଧାନୀବାସୀଙ୍କୁ ବିଏମସି ସତର୍କ କରାଇଛି। ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରାଯାଇଛି। ଏଥିସହ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହେଲେ ଏଣେ ତେଣେ ନ ଫିଙ୍ଗି ପୋତିବା ସହ ବ୍ଲିଚିଂ ପାଉଡର ପକାଇବାକୁ ବିଏମସି ପକ୍ଷରୁ କୁହାଯାଇଛି। ଯଦି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ୱର, ଛିଙ୍କ, କାଶ ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ବୋଲି କୁହାଯାଇଛି । ଏଥିସହ ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ରାଜଧାନୀବାସୀ କିଛି ଦିନ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।ସେହିପରି ସ୍ଥିତିକୁ ଦୃଷ୍ଟିରେ ରଖ୍ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ହାତକୁ ନିଆଯାଇଛି । ମଲା କୁକୁଡାକୁ ବ୍ୟବସାୟୀ ଏଣେ ତେଣେ ନପକାଇ ନିର୍ଦିଷ୍ଟ ସ୍ଥାନରେ ବ୍ଲିଚିଂ ସହ ପୋତିବାକୁ କୁହାଯାଇଛି । ନିଜକୁ କିଭଳି ସଂକ୍ରମଣ ନହେବ ସେଥିପ୍ରତି ଦୃଷ୍ଟି ଦେବା ପୂର୍ବକ ମାସ୍କ, ଗ୍ଲୋବ୍ସ ପରିଧାନ କରିବାକୁ କୁହାଯାଇଛି ।

ଅନ୍ୟପଟେ ମୃତ କୁକୁଡ଼ା ସଂସ୍ପର୍ଶରେ ଆସି ଯଦି କୌଣସି ବ୍ୟକ୍ତି ବା ଶିଶୁଙ୍କ ଜ୍ୱର, ଛିଙ୍କ, କାଶ ଲାଗି ରୁହେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ବିଏମ୍‌ସି ଅଧୁକାରୀ ଏବଂ ସାଇନ୍ ଦଳ ବାର୍ଡ ଫ୍ଲୁ ସଂକ୍ରମଣ ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବେ । ବାର୍ଡ ଫ୍ଲୁ ର ପ୍ରଭାବ ଯୋଗୁଁ ଭୁବନେଶ୍ୱରରେ ଯେଉଁଠି ଚିକେନ୍ ଦର ୨୫୦ରୁ ୨୮୦ ଯାଏ ଦରରେ ବିକ୍ରି ଚାଲିଥିଲା ସେଇଠି ଖସିଛି ଦର । ଏବେ ଚିକେନ୍ କିଲୋ ପିଛା ୧୭୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି । ବୁଝିଲେ ତ ଡବଲ ମଜାଟା କଣ । ପ୍ରଥମରେ ବର୍ଷା ପାଗକୁ ଦ୍ଵିତୀୟରେ କମିଲା ଚିକେନ୍ ଦର । ତଥାପି ବାର୍ଡଫ୍ଲୁକୁ ନେଇ ମନରେ ଆଶଙ୍କା ରହିଛି । ଆମିଷ ବାରରେ ରାଜଧାନୀକୁ ଦିନକୁ ପ୍ରାୟ ୮୦ କୁଇଣ୍ଟାଲରୁ ଅଧିକ ଚିକେନ୍ ଆମଦାନୀ ହୋଇଥାଏ । ଯାହାକି ଅଧିକାଂଶ କୁକୁଡା ପିପିଲି ରୁ ହିଁ ଆସିଥାଏ ହେଲେ ବାର୍ଡଫ୍ଲୁ ପାଇଁ ପିପିଲିରୁ ଚିକେନ୍ ଆମଦାନୀ ଏବେ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏବେ କଟକରୁ ଚିକେନ୍ ଆସୁଥିଲେ ମଧ୍ୟ ବିକ୍ରି କମିଛି ।

Related Articles

Back to top button